￰ନିଶାନ୍ତ ଚିଟାଉ Poem by Prabhat Kumar Sahoo

Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India

￰ନିଶାନ୍ତ ଚିଟାଉ

ନିଶାର ତୃତୀୟ ଥାକେ ଜାଗି ଉଠେ ମନ
ନିଦ୍ରା ଦିଏ ଛତ୍ର ଭଙ୍ଗ ଭାଗେ କନକନ
ନିଆଁଗିଳl ପୀରତିରେ ଜଳଇ ସପନ
ନିଉଛୁଣା ଜୀବନଟା ବଡ଼ ହୀନିମାନ l

ପିଅର ଯେ ଦୂରେ କାହିଁ ଅବଶ ବିବଶ
ପିଙ୍ଗଳ ରଙ୍ଗ ଭରେ ସକଳ ଆକାଶ
ପିଇବାକୁ ରତିରସ ଆକୁଳ ପ୍ରୟାସ
ପ୍ରିୟା ବିନା ରଜନୀ ଟା ବିକଳ ଉଦାସ l

କଳାକେଶୀ ମଥାନର ବାସନାର ନିଶା
କାନ ଝୁଲ, ଗଣ୍ଡ ଧାରେ ଚୁମ୍ୱନ ପିପାସା
କୋମଳ ତନୁରେ ତୋର ଲୋଟିବାର ଆଶା
କେମନ୍ତେ ବୋହିବି ପ୍ରିୟା ନିରଳ ନିରାଶା l

ପତ୍ରଗୋଟି ଲେଖିବାକୁ ଡାକିଲା ଗୋ ମନ
ପଥର ନହୋଇ ଉତ୍ତର ଦେବୁଟି ବହନ l

COMMENTS OF THE POEM
READ THIS POEM IN OTHER LANGUAGES
Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India
Close
Error Success