ସମୟ ଯାଉଚି ପରା ନଈ ପରି ବୋହି
ସରିଲାଣି ରାସ୍ତା ଆମ ଆଜିକାଲି ହୋଇ
କୃଷ୍ଣକେଶେ ପଡ଼ିଲାଣି ରୁପାର ଛିଟିକା
ଚନ୍ଦ୍ରମୁଖୀ ଵଉଳୁଛି ସତ ଲୋ ସତୀକା l
ଆଖି ଦୁଇ କୁଞ୍ଚି କୁଞ୍ଚି କୋରଡେ ପଶିଚି
କଥାହେବ ନାଇଁ ସତେ ନିୟମ କରିଚି
ଉତ୍ତୁଙ୍ଗ ପୀନ ଆନତ ଶୁଖିଲା ଛାତିରେ
ଲବଣି ତୁଲ୍ୟ ତୋ ତନୁ କାହିଁ ଏ ରାତିରେ?
ବୋଳିଲା ବୋଳିଲା ଜାନୁ କଟି ଯେ ମୃଗୁଣୀ
ଲୋଭିଲା ନିତମ୍ବ ଶୋଭୁନାଇଁ ଗୋ ରମଣୀ
କାଇଁ ସେହି ରାଜ ଜେମା ମୋ ଚିତ୍ତ ହାରିଣୀ
ବିତୁଛି ଜୀବନ ଖାଲି ପବନକୁ ଗଣି l
ଉଡିଯାଉ କର୍ପୁର ଗୋ ପଡିଥାଉ କନା
ବୁଡ଼ିଯାଉ ଯଉବନ କିଏ କରେ ମନା
ମୁଁ ଇ ତୋର ସାଙ୍ଗ ତୁଇ ଜୀଵନ ସଙ୍ଗିନୀ
ଚିରକାଳ ରହିବୁ ମୋ ଚିତ୍ତ ବିନୋଦିନୀ l
This poem has not been translated into any other language yet.
I would like to translate this poem