କେମିତି କହିବି କହ ମୋ ଜୀବନ ନଈ
ବହି ତ ଯାଇଚି କାହିଁ ଅଙ୍କା ବଙ୍କା ହୋଇ
କାହିଁ ସେ ପ୍ରେୟସୀ ତାର ଆଖି ଯେ ହରିଣୀ
ଓଠ ଧାରେ ଚାନ୍ଦ ହାସ୍ୟ ସେ ମନମୋହିନୀ
କନକନ ଚାଲି ଗୋଟି ନାଲି ନାଲି ଓଠ
କୃଷ୍ଣ ବେଣୀ ମଥାନରେ ଲେଖା ପ୍ରୀତି ପାଠ
ନଈ ର ଲୋହିତ ଗଣ୍ଡେ ଚୁମିବା ଉଷ୍ମତା
କୋମଳ ପୀନ ପରଶେ ଭରା ମାଦକତା
ତନୁମନ କେଉଁଠି ତା କୋଳେ ଯାଏ ହଜି
ରତି ରସେ ଜଡସଡ଼ ଅବଶ ବିରାଜି
କାଳ ର କରାଳ ସ୍ରୋତେ ସବୁ ଗଲା ଧୋଇ
ଦିଗନ୍ତରେ ଦିଶିଲାଣି ମରଣର ଛାଇ
ପବନ ଅଟକି ଯିବ ନିଶ୍ୱାସରେ ଶ୍ୱାସ
ପ୍ରଶ୍ୱାସ ବେଦନା ପ୍ରକଟ ଚୈତନ୍ୟର ଶେଷ l
This poem has not been translated into any other language yet.
I would like to translate this poem