ପୁନେଇଁ ରାତିର ପାହାନ୍ତି ଜlଡ଼ରେ
ପ୍ରୀତି ରାଇଜର ସପନ ନୀଡ଼ରେ
ଝରି ପଡୁଛି ଗୋ ରୂପେଲି କିରଣ
ନିଶିକାନ୍ତ କୋଳେ କରନ୍ତି ରମଣ
ତନୁମନେ ଭରା ନିସଙ୍ଗ ଯାତନା
ବିରତି ବିରହ ଅସହ୍ୟ ଲାଞ୍ଚନା
ଜନମେ ଜନମେ ତୁମରି ପରଶ
ତୁମ ଓଠ ଝରା ଉଷ୍ମ ମଧୁ ରସ
ଆଖିରେ ଆଖିରେ ତୁମରି ଚମକ
ନାସା ରନ୍ଧ୍ରେ ବାଜେ ତୁମରି ମହକ
ବିଧୁର ବିରହ ହୃଦ ଭରା କୋହ
କହି ହେଉ ନାହିଁ ଯାହା ପଛେ କୁହ l
ଏମିତି ବେଦନା ନ ପାଉ ବଇରୀ
ତୁଟି ଯାଏ ସବୁ ହୁଏ ହତ ଶିରୀ l
This poem has not been translated into any other language yet.
I would like to translate this poem