ହୃଦୟ Poem by Prabhat Kumar Sahoo

Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India

ହୃଦୟ

ହୃଦୟଟା ସତେ କିବା ପାନର ପତର
ପିଞ୍ଜରାରେ ଚାଲୁଥିବା ଦକ ଦକ ଯନ୍ତର
କେତେବେଳେ ହୃଦପଦ୍ମ କେତେବେଳେ ପଥର
ବୁକୁ ତଳେ ନିଆଁ କରେ ସନ୍ତର ପ ନ୍ତ ର l
ହୃଦୟଟା କେଉଁଠାରେ ଆକାଶଠୁ ବଡ଼
ଅପ୍ରକାଶ ଅକଳନ ଅନାହୁତ ଝଡ
କେଉଁଠି ସେ ହିମାଳୟ ତରଳା ପାହାଡ଼
କେବେକେବେ ଏତେ ଛୋଟ ରହିଥାଏ ଆଡ l

READ THIS POEM IN OTHER LANGUAGES
Prabhat Kumar Sahoo

Prabhat Kumar Sahoo

316, Baramunda, Bhubaneswar-751003, Odisha, India
Close
Error Success