ପ୍ରବ୍ଲେମ୍
ଗଜାନନ ମିଶ୍ର
ମୋର କବିତାରୁ
କାଣା ବୁଝଲ
କାଣା ନେଇଁ ବୁଝଲ
ତମର ପ୍ରବ୍ଲେମ ଆଏ।
ମୁଇଁ ମୋର ପାରଲାତକ୍
ଲେଖତେଲ ଯଉଛେଁ।
ଘାଏ ଘାଏ ତମର ଭାଷାରେ
ନେଇଁ ଲେଖୁଛେଁ
ହେନ୍ତା ନେଇଁସେ ହୋ।
ହେଲେ, ବୁଝଲ କେଁ?
ମୋର ଭାଷାରେ ମୁଇଁ
ମୋଇ ଭାବନାକେ
ଉତାରାଲା ବେଲକେ
ଉଶୁଆସ ହଉଛେଁ ଗୁରଦୁ।
ଲେଖୁନ ଲେଖୁନ ପାଇଛେଁ
କାଣା କେତେ, ହେଟା ତ
ନେଇଁ ଜାନି, ଜାନିଥିଲେ ଭି
ନେଇଁ ପାରେଁ କହି
ଖୁଲୁନଖୁଲା, ମାତରକ
ଜାନିଛେଁ ଜରୁର ହରେଇଛେଁ
କାଣା କାଣା କେନ କେତେବେଲେ,
କହ ବଏଲେ କହି ବି ଦେମି,
ହେଲେ ତମେ ଶୁନବାରକେ
ତୟାର ଥିବା କଥା କି ନେଇଁ!
ମୋର କବିତା ମୋରଟା ଆଏ
ଲେଖୁଥିଲାତକ୍, ଆରୁ ଥରେ
ଲେଖିସାରଲେ, ହେଟା ତମରଟା,
ଗୁଟାମୁଟା। ପଢୁଛ ବଏଲେ
ମୋର କବିତା ତୁମେ, କେନ୍ତା ପଢୁଛ,
ପଢିକରି କେନ୍ତା କାଣା ବୁଝୁଛ,
ତମେ ଜାନ, ତମର ପ୍ରବ୍ଲେମ,
ପଢିକରି ତମର ପ୍ରବ୍ଲେମ ତମେ
ହଲ କଲ ବଏଲେ
ଫାଏଦା ତମର, ଦେନନେନ
ନେଇଁ ନ ମୋର ହେଥି।
ପାଖକେ ଆଏଲେ
ପାଏନଗଡେ ଦେମି,
ଦୂରେ ଥିଲେ ଭି ଇନୁ
ଆଁଜଲିରେ ପାଏନ ଧାରେ
ଟେକି ଦେମି, ଜୁହାରଟେ କରମି,
ମୁଡିଆଟେ ଭି ମାରମି।
କହେମି ହଁ ହୋ ବୁଆ,
ଭୁଲ ହେଲା ଲେଖିକରି
ସବୁ କଥା ଖୁଲୁନଖୁଲା।
ତମରଟା ତମେ,
ମୋରଟା ମୁଇଁ।
(ଇ କବିତା ଲେଖବାର ବିଜା ସାନ ପୁଓ ସୁମନଠାନୁ ପାଇଛେଁ,
ଆରୁ ମୁଇଁ ଆଏଜ ଇ ସକାଲକେ ଧଏନ କରିଛେଁ)
ତପୋବନ, ଟିଟିଲାଗଡ, ବଲାଙ୍ଗିର
9437366644
This poem has not been translated into any other language yet.
I would like to translate this poem