କହିଥିଲି
ଗଜାନନ ମିଶ୍ର
କହିଥିଲି ଏ କବିତା
ସେ କବିତା ନୁହଁ,
ଯେମିତି ଯାହାକୁ
ଚାହିଁଥିଲି ଲେଖିବାକୁ।
କହିଥିଲି ଏ ଲୋକ
ସେ ଲୋକ ନୁହଁ,
ଖୋଜୁଥିଲି ଯାହାକୁ
ଗତକାଲିଠୁ।
ଖୋଜୁଛି ବି ଆଜି
ସେ ଶବ୍ଦସବୁକୁ
ଯେଉଁମାନେ ଦେଇଥିଲେ କଥା
ଆସିବେ ଦେଲେ ଡାକରା।
ଆଉ ଏ ଲୋକମାନଙ୍କୁ
କେମିତି ବା
କହିଦେବିବେହିଆ
ଏମାନେ ଯେ
ସବୁ ସତ୍ୱେ
ଅଛନ୍ତି ପାଖରେ।
ମୁଁ ମୋର ବଖାଣି ଗଲାବେଳେ
ସବୁ ସବୁ ସମସ୍ତେ ଠିଆ
ଶୁଣିବାକୁ ମୋ କାନ୍ଦ
ଦିବାନିଶି ଚାଲିଛି ଯୋଉଟା।
କାହାକୁ କହିବି ପର
ଆଉ କାହାକୁ ନିଜର
ଏ ଯାଏ ଆସି ନି ସେ ବେଳ।
କହିଦେଲେ କି
କହିପାରିଲେ ଯେ
ଅଛି ଫାଇଦା
ନୁହଁ ଏମିତି ବି।
ଯେ ଯୋଉଠି ଅଛନ୍ତି ତ
ଥାଆନ୍ତୁ, ବେଳାବେଳି
ମୁଁ ଇ ବାହାରିଗଲେ
ତୁଟିଲା ସମସ୍ୟା।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
04/12/2020
This poem has not been translated into any other language yet.
I would like to translate this poem