ବର୍ଷାରାତି
ଗଜାନନ ମିଶ୍ର
ଜହ୍ନକୁ ଏବେ ଆଉ
ସାଉଁଟି ଆଣି ହେଉ ନି
ଆମର ଏଇ ଅଗଣାକୁ।
ହୁସିଆର ହେଲାଣି ବି
ଏ ଜହ୍ନଟା ଏତେବେଳେ।
ବାଏଁ ବାଏଁ ଯେତେବେଳେ
ବହି ଯାଉଛି ପବନ
ବାଡିପଟେ ମୋର,
ଚାହିଁ ଦେଖୁଛି
ବହଳଗଛଟା କଟା ସରିଛି
ଯାହା ଉପରକୁ ଚଢି
ଫୁଲ ତୋଳୁଥିଲେ ପିଲାଏ।
ପାହାଡ ଅବଶ୍ୟ ଅଛି
ସେମିତି ଘରର
ଦକ୍ଷିଣ ଦିଗରେ,
ଭିତରର ପବିତ୍ର ଗୁଂଫାରେ
ଥିଲେ ଯୋଉ ଦେବତା,
କେତେ ମାତ୍ରାରେ
କ୍ଷମତାଶାଳୀ କହିବା
ନୁହଁ ଆଉ ଏତେ ସହଜ ଯଦିଓ।
ଆକାଶକୁ ମାପି,
ଆକାଶକୁ ମାପି
ଯିବା ବେଳ ଇଏ
ନାହିଁ କରୁ ନି କିଏ।
କିନ୍ତୁ ଏ ଜହ୍ନଟା
କରୁଛି ଆନମନା
ଆଉ ଏ ମେଘସବୁ
ବେଶ୍ କରୁଛନ୍ତି ମସ୍ତି।
This poem has not been translated into any other language yet.
I would like to translate this poem