ପଢ ପଢ କବିତା ପଢread Read Read Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପଢ ପଢ କବିତା ପଢread Read Read Poetry

ପଢ ପଢ କବିତା ପଢ,
ପଢ ପଢ ଆହୁରି ଆହୁରି ପଢ,
ଯେମିତି ଛାଡିବ ମାୟାଭ୍ରମ।
ପଢ ପଢ କବିତା ପଢ,
ଆହୁରି ଆହୁରି ପଢ,
ପଢି ପଢି କର ସତ୍ୟ ଦର୍ଶନ,
ଆଉ ଧନ୍ୟ କର ଜୀବନ।

ସବୁଠି କବିତା, ସଚ୍ଚା କବି ଦେଖେ
କବିତା କୁଷ୍ଠରୋଗୀର ଘାରେ ବି।
ଜଳରେ ସ୍ଥଳରେ ଆକାଶରେ
ନଖରେ ଲୋମରେ ଆଖିରେ
ଠାଣିରେ ବାଣୀରେ ସଂପଦରେ
ବିପଦରେ ଫୁଲରେ ଫଳରେ
ଗଛରେ ଅଗ୍ନିରେ ପବନରେ
ଛାୟାରେ ମାୟାରେ ହସରେ
କାନ୍ଦରେ ଶୀତରେ ବସନ୍ତରେ
କବିତା କବିତା କବିତା କବିତା।

ଭାବରେ କବିତା,
ଭକ୍ତିରେ କବିତା,
କାର୍ଯ୍ୟକାରଣରେ କବିତା।

ପଢ ପଢ ପଢ କବିତା
ଆଉ ଥାଅ ଗୁଣକର୍ମ ଧରି।
ଭାବରେ ଅଭାବରେ
କବିତାରେ ମନ ରଖି ସ୍ଥିର,
ପବିତ୍ର ଥାଅ ଆଉ ବଂଚ
କାଳ ଭୁଜଙ୍ଗ ଦାଉରୁ।

ଅଛି କବିତା ଏଇଠି,
ଯୋଉଠି ଚାହିଁବ ସେଇଠି,
ବସିଲା ଜାଗାରୁ ଆସ ଉଠି ।
କବିତା ପଢି, କବିତା ଅନୁଭବି,
ଆନନ୍ଦରେ କହ ତ୍ରାହି ତ୍ରାହି।

Wednesday, October 10, 2018
Topic(s) of this poem: poetry
POET'S NOTES ABOUT THE POEM
written in odia language, odia is the official language of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success