ସତରେ କଣ ଜାଣେ ନଦୀ?
ଗଜାନନ ମିଶ୍ର
1
ଜାଣେ
ଯିବାର ବାଟ
କେମିତି ଯାଏ
ଫିଟି ଫିଟି।
ଜାଣେ
ଯିବାକୁ ଅଛି
ଆହୁରି ।
ଜାଣେ
ଛେକନା ପଡିଲେ
ଘୁମେଇ।
2
କେଜାଣି
ଜାଣେ କି
ନ ଜାଣେ
ଭୟ!
ଜାଣେ
ଯଦିଓ ମୋହ।
ସ୍ଥିତାବସ୍ଥା ନିଜର
ଆଉ ବାକି
କଣ କାହାର
କିଏ ଅଛ
କହିବ ବାହାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/10/2019
This poem has not been translated into any other language yet.
I would like to translate this poem
River, motion picture of the earth knows the roots