1
ଆସୁ ଆସୁ ଯାଉଛି ପଳେଇ
ବହୁତ କିଛି।
କହିକି ନାଇଁ ଲାଭ,
ବେକାର ସବୁ କ୍ଷୋଭ।
ଆଉ ଅଛି ଯାହା ଯେତେ
କହିବା କେତେ।
ଯିବା ଆସିବା ସାର,
ନା ଆଲୁଅ ନା ଅନ୍ଧାର।
2
ଅଛି ଏଇଠି
ଆଉ ନାଇଁ ବି।
ଚାହୁଁଛି ଜାଣିବାକୁ
ବାଲିଘରର ବୟସ।
ଥିଲା ଯେତକ
ଗଲାଣି ପାତକ।
ଭେଣ୍ଡିଆଭୂତ ନଚା
ନାଇଁ ମଜା।
This poem has not been translated into any other language yet.
I would like to translate this poem