ଶୁଣ, ଶୁଣ,
ଡାକୁଛି କେତେବେଳୁ।
ତୁମେ ଚେତିଛ,
ଜାଣେ ମୁଁ।
ପ୍ରେମ କର ତୁମେ,
ଜାଣେ ମୁଁ,
ତୁମ ଭାଷାକୁ।
ତୁମ ମାଟି ଡାକୁଛି
ମା ଭାଷାରେ,
ଉଠ, ଶୁଣ,
ଜାଣ ଏ ପୃଥିବୀ ତୁମର।
ତୁମେ ଅଛ ଏ ପୃଥିବୀରେ।
ଯାହା କରିବ ତାହା ହେବ
ଏଠାରେ।
ସ୍ଥିର କର ମନ,
କିଏ କଣ ଜାଣ,
ନୀରବରେ କରି ଧ୍ୟାନ।
ତୁମ ପାଇଁ ତୁମେ।
ପଡ ନାହିଁ ଠକରେ।
ଦେଖାଅ ଶକ୍ତି ନିଜର।
This poem has not been translated into any other language yet.
I would like to translate this poem
language is strength, show it dear men