ଦୁଇଟା ଚାବୁଛେ
ସାପ ଆରୁ ପାପ।
ଆରୁ ମୁଇଁ କହୁଛେଁ,
ବଂଚିଛେଁ।
ରକମ ରକମ ସାପ,
ରକମ ରକମ ପାପ,
ହଉଛେଁ ଘାଁଟି
ହେ ଭିତରେ ମୁଇଁ।
ମଚାନ ଅଛେ ଖାଲି
ଆରୁ ମୁଇଁ ନାଚୁଛେଁ
ଇମୁଡୁ ସେମୁଡ।
ନଏଦନାଲା ବିନାପାନି
ଜଉଛେ ଆରୁ ଆରୁ ଫୁଲି।
ହଲି ଦୁହୁଲି କରୁଛେଁ ହିସାବ
କାଣା ପାଏଲିଁ ଆରୁ
କାଣା ହରାଲିଁ।
ଗୁଟେଆଡେ ସାପ,
ଆରୁଗୁଟେଆଡେ ପାପ
ବରକସ ଧରଲାବେଲକେ
କୁହୁ କୁହୁ କରୁଛେ
କେନ ଭିତରୁ କୁଇଲି।
This poem has not been translated into any other language yet.
I would like to translate this poem
ଜୀବନଟା ସତେ ଲାଗେ ଏକ ଲୁଡୁ ଖେଳ ପରି..! ଏକ ବାସ୍ତବବାଦୀ ଚେତନା..ଏକ ବିନମ୍ର ଭାବ..ହୃଦୟସ୍ପର୍ଶୀ ଏଇ କବିତା..! ସାଧୁବାଦ …Beautiful piece of poetry! 10