ସାପ ଖାଏ
ଗୋଟି ଗୋଟି କରି
ସବୁ ବେଙ୍ଗଙ୍କୁ
ଥାଆନ୍ତି ଯେତେ
କୂଅ ଭିତରେ ।
ସାପ କଣ
ନୁହେଁ ବିଶ୍ଵାସୀ
ପଚାରୁଛ ମତେ,
ଆଉ କହିବି କଣ
ଦେଉଛି ଖାଲି ଦେଖାଇ
ଗୁମ୍ ହୋଇଥିବା
ଆକାଶ ଆଡେ ।
ମା ପୁଅ ଦଶମାସିଆ ଯଦି
ହିସାବ କରି ବାହାର କର
କେତେ କିଏ ହଜିଲେ
ଆଉ ରହିଲେ କିଏ କିଏ
କୂଅ ବାହାରେ କହିବାକୁ
ବଂଚିବାକୁ ହେଲେ
କରିବାକୁ ହେବ କଣ କେତେବେଳେ ।
This poem has not been translated into any other language yet.
I would like to translate this poem