ସଭିଏଁ କାଲ
ଗଜାନନ ମିଶ୍ର
କଳା ସ୍ଥାପତ୍ଯ,
କବିତାର ସ୍ଥାପତ୍ଯ,
କଳିକାଳର ସ୍ଥାପତ୍ୟ,
ଯଶ ମୋହ ଈର୍ଷା,
ଜୀବନଜୀବିକା,
ସବୁ ଗୋଟିଏ ନୌକା,
ପଛ ଆଗ ନାଇଁ କିଛି
ସଂସାର ସମୟ ଗୋଟି ଗୋଟି
ଏଇଠି ଇ ସବୁ ଦିଏ ବାଛି।
ଆବଶ୍ୟକ ନାଇଁ ଶବ୍ଦଜାଲ,
ସଭିଏଁ ଏଇଠି କାଲ।
କରେ ନା କେହି କାହାକୁ ଅପେକ୍ଷା,
ସଦା ସବୁଠି ସମସ୍ତେ ଏକା,
ଏକା ଏକା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/3/2019
This poem has not been translated into any other language yet.
I would like to translate this poem
Very beautiful lines Sir...thanks for sharing