ତରତର ହେବେ ଯଦି
ଏ ଶବ୍ଦଗୁଡାକ
ଅଟକିବ ନି ପାହାଡ,
ହଲିବା ଛାଡିଦେବ ଆକାଶ,
ବସି ରହିବ ଘରଭିତରେ ବତାସ ।
କରୁଛି କିଏ କଣ
ପଚାରିବାକୁ ନ ଥିବେ ଜଣେ କେହି
ଆଉ ପାରାଟା ପଡିଥିବ ଶୋଇ
ବାହାର ଚଟାଣ ଉପରେ
ଆମେ ସବୁ ବ୍ୟସ୍ତ ଥିଲାବେଳେ
ଯେ ଯାହାର ଶୂନ୍ୟରେ ।
This poem has not been translated into any other language yet.
I would like to translate this poem