1.
ଏ ସମୟ
ରହିବ ନି ପୁଅ,
ଏଇଟା ବି ଚାଲିଯିବ
ତା ବାଟରେ ।
କରିବ ନି କ୍ଷତି କିଛି ।
କର ନା ଚିନ୍ତା ।
ତୋର କର୍ତ୍ତବ୍ୟକର୍ମ
ତୁ କରି ଯାଉ ଥା ।
ଆଉ ଥା ଅଚିନ୍ତା ।
2.
ଯାଉଛି ନିଜ ବାଟରେ,
ଅଟକାଇ ହୁଏ ନି
କାହାକୁ କେବେ
କୋଉଠି।
କହି ହୁଏ ନି
ଏଇଟା ସଠିକ୍।
ଲମ୍ୱେ ଆକାଶ ଆହୁରି।
ମାଟି ବଦଳାଏ ରଙ୍ଗ
ଅଟକେ ନି କିଛି।
ଥା ଅଚିନ୍ତା।
This poem has not been translated into any other language yet.
I would like to translate this poem
Time is very precious..brilliantly penned