ଟିକି ଚଢେଇ,
ହେଲା କଣ ତୋର?
ଥଣ୍ଡା କୋହଲା ପାଗରେ
ପାରୁ ନୁ ଟେକି ମୁଣ୍ଡ?
ମା ତୋର କୋଉଠି?
ବାହାର ନା ପଦାକୁ ଟିକି ଚଢେଇ,
ଭଲ ନାଇଁ ବେଳକାଳ,
ଝାଂପି ନେବେ ନିର୍ଦୟ।
ଟିକି ଚଢେଇ,
ଅଛି ତୋଠି ସ୍ୱାଧୀନତା ତଥାପି।
ତୋ ଭାଷାରେ ଚିଁ ଚାଁ କରି
କହି ଚାଲିଛୁ ତୋରି କଥା,
କିଏ ବୁଝୁ ନ ବୁଝୁ
ଖାତିର ନାହିଁ ସେଆଡିକି।
ମୁଁ କିନ୍ତୁ ହତଭାଗା
ମୋ ଭାଷାରେ ସ୍ୱୟଂ ବିଚାରପତି ବି
କହିବାକୁ ନାରାଜ।
କି ଅବିଚାର!
ଟିକି ଚଢେଇ,
ତୋ ଲାଗି ସୂରୁଜ ଆଉ ତାଙ୍କ ଆଲୁଅ।
ମତେ କିନ୍ତୁ ସବୁ ଅନ୍ଧାର।
ମୋ ଆଖି ମୁଁ ଦେଇଛି ବୁଜି ଯେ!
bird in distress and language