ନବ ଉନ୍ମେଷ-ତରୁଣ କବିଙ୍କୁ
ଗଜାନନ ମିଶ୍ର
ଉଠ୍ କବି ଉଠ୍, ଉଠା
ଉଠା ଆଉ ଦେଖା
ତୋର ତେଜ ବୀର୍ଯ୍ୟ।
କହି ଦେ ଧ୍ରୁବକୁ,
ଘୁଂଚି ବସ୍ ସେଆଡକୁ।
ଆହୁରି ହ ତୁ ପ୍ରଖର କବି,
ଆହୁରି ପ୍ରଖର, ଯେମିତି
ଲଜ୍ଜିତ ହେବ ଜୈଷ୍ଠର
ମଧ୍ୟାହ୍ନ ସୂର୍ଯ୍ୟ।
ପାହାଡି ଝର୍ଣା ପରି ବହି ଯା,
ଘନ ଘର୍ଘର ନାଦରେ।
ମେଦିନୀ କଂପେଇ ଦେ,
ପବନକୁ ରୋକି ଦେ,
ଆକାଶକୁ ତୋଳି ଦେ
ପ୍ରିୟ ଅରୁଣ ତୁ,କରୁଛି
ଆମନ୍ତ୍ରଣ ତତେ,
ନବ ଉନ୍ମେଷ-ତରୁଣ!
ଶାନ୍ତିର ନିହ ପକା
ଯୁଦ୍ଧରେ, ଯୁଦ୍ଧର ଆହ୍ୱାନ ଦେ
ଶାନ୍ତି ସହାବସ୍ଥାନର ଲକ୍ଷ୍ୟରେ।
ରେ କବି, ମନ୍ଥି ଦେ ମାଟି,
ବାହାର କରି ନୂଆସ୍ୱପ୍ନ।
ମଂଚରେ ରହି ସଚରାଚରର
ମଙ୍ଗଳ ପାଇଁ କରି ଦେ
ନିଜକୁ ନିଜେ ଅର୍ପଣ।
କବି ତୁ, ପ୍ରତି ମୁହୂର୍ତ୍ତ
ତୋର ଭାବ-ଜନ୍ମ,
ନାହିଁ ତୋ କପାଳେ ମରଣ।
ଉଠା ତୋର ଶବ୍ଦ-ବାଣ,
ଏ ଧରାରେ ଦେବାକୁ ନୂଆ ଜୀବନ।
(10/8/2019 ଶନିବାର, ଭବାନୀପାଟଣାର ବିଜୁ କଲ୍ୟାଣ ମଣ୍ଡପରେ ସାହିତ୍ୟକଥା ସପ୍ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ତରୁଣ କବିଙ୍କୁ କେଇପଦ)
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/8/2019
This poem has not been translated into any other language yet.
I would like to translate this poem
A motivational piece of work that inspires young poets to pen more and more in spirited manner..loved this beautiful poem....10