ସତରେ ଦାଦା Truly Elder Brother Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତରେ ଦାଦା Truly Elder Brother

Rating: 5.0

1

କିଛି ମାଲୁମ ନାଇଁ ଦାଦା,
କିଛି ମାଲୁମ ନାଇଁ
ଗଜାନନ ମିଶ୍ର
(କବି ଦାଦା ପ୍ରଦୀପ ପଣ୍ଡାଙ୍କୁ)

ସତରେ ଦାଦା
କିଛି ମାଲୁମ ନାଇଁ
କିଛି ମାଲୁମ ନାଇଁ।

କିଏ କୁଆଡୁ ଆସିଲା
କିଏ କୁଆଡେ ଗଲା
କିଏ କୋଉଠି ରହିଲା
କିଏ କଣ କଲା
କିଛି ମାଲୁମ ନାଇଁ।

ଦାଦା, ମାଲୁମ
ହେଲେ ବି, ଲାଭ କଣ
ନା କଣ ଲୁକସାନ୍?
ପକ୍ଷୀ- ଆସିଲା ବସିଲା
ନିଜ ସ୍ୱରରେ
କଣ କଣ ଗାଇଲା
ଆଉ ଆଉ କୁଆଡେ
କୁଆଡେ ଉଡିଲା।
ନଈ ପାଣି ବୋହି ନେଲା,
ନା, ପାଣି ବହିଲା ମନକୁ ମନ
ନଈକୁ ଛାଡିଦେଲା ଶୁଖିଲା।
ଶବ୍ଦ ଆସିଲା ପବନରେ,
ଦାଦା, ସେ ଶବ୍ଦରେ
କଣ ରହିଲା କଣ ନ ରହିଲା
ହେଲା ନାଇଁ ବିଚାର।

କିଏ କରିବ ବିଚାର
ଆଉ କେମିତି
ପ୍ରଶ୍ନ ରହିଲା ଆଗପରି।

ତପୋବନ, ଟିଟିଲାଗଡ, ବଲାଙ୍ଗିର
23/9/2019

2

ଦୁଇ ବନ୍ଧୁ
କୁକୁର ଆଉ କୁକୁଡା,
ଆଉ ଦୁଇ ଜଣ
ବାହାରେ।

ନ ଜାଣିବା ଲୋକ
ରଖିବ ସଂପର୍କ
ଜଣକ ସହିତ।
ଆଉ କହିଲାବେଳେ
କିଛି ଶବ୍ଦ
ଦେଖିବ ମୁହଁ।

ପାଣି ଆଉ ପବନ ପରି
ବଦଳଉଥିବ ଠିକଣା,
ଆଉ ଥିବ ନ ଥିଲା ପରି
ଭିତରେ ।

POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
Tapaswini dash 22 September 2019

No one knows anything

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success