1.
ନେଇଁ ହେବାର କିଛୁ
ସବୁଆଡେ ବିଛୁ।
ନେଇଁ ମାନଲେ ପଥର,
ମାନଲେ ଭୋଲାଶଙ୍କର।
ଆଗକେ ସମିଆ
ନେଇଁ କରିପାରି ଫେରଭି
ହଉଛ ଭକୁଆ।
କାହାକେ ନେଇଁ ଛାଡବାର ମାୟା
ଇନ ଆରୁ ସେନ ଭୁତକା ଛାୟା।
ଘର ଗାଁ ସହର ରାଏଜ ଦେଶ
ସବୁଠାନେ ନକଲି ଭେଶ।
ଆକାଶ ନକଲି ମାଏଟ ନକଲି
ମୁନୁଷର କେଁ ସୁର୍,
ନେଇଁ ବଲୁନ୍ ହଲୁନ୍ ସବୁ ଫୁର୍ର।
2.
ଦାଦନ ଯିବାରକାଜେ ଭି
ଠକାଠକି ଦଲାଲି।
ଦଲାଲ ହେବାରକାଜେ ଭି
ଲାଂଚ ଦିଆଦେଇ।
ଲାଂଚ ଦିଆଦେଇ ଅକଲ
ଶିଖବାରକାଜେ କେତନିକେତେ
ଦେବାରକେ ପଡୁଛେ ମେହେନତି।
କେନ ଫେର ଗଡବଡ ହେଲେ
ଧରାଧରି ମରାମରି
ଆରୁ ସଁପାସୁପିଁ ପୁଓଖେଇ
ଘଏତାଖେଇ ରାଁଡି ବିଟାଗିଁ।
ମର୍ ରେ ଟୁରି,
ଇଥିରକାଜେ ଆଇଥିଲୁ କେଁ
ଇନକେ ଏତକିସେତକି ସାରି।
ଇଜତଗଲା ମହତଗଲା
ହାତୁପନତୁ ସବୁଗଲା,
ଦେଖଲିବେଲକେ ଶୁଖାକୁଲା
ବାଏଝାଲି ମଲା।
ଇ ମାଏଟଥି ଅଛେ ସବୁ
ଜେତେ କହେଲେ ଭି
କିଏ କାଣା ବୁଝଲା?
ଇ ସଲା ନିଜର ଲୋକ
ହେଇକରି ଭି କିଛୁ
ନେଇଁ କଲା ହିସାବ
କି ଆରୁକାଣା କିଛୁ
ନେଇଁ ଭାବଲା।
This poem has not been translated into any other language yet.
I would like to translate this poem