1998ରେ ପ୍ରକାଶିତ କବିତା ବହି' ଚରୈବେତି'ରୁ;
ଚକ
ଗଜାନନ ମିଶ୍ର
ଯାଇପାରେ ଯୁଆଡେ ସେଆଡେ
କଉଣସି ବାଧା ନାହିଁ କୋଉଠି
ଜଳ ସ୍ଥଳ ଆକାଶ ସବୁ ମେଲା।
କିନ୍ତୁ ଯାଏ ନା
ଯିବା ଭଳିଆ ଲାଗେ,
ନିଦରୁ ଉଠି ବାଉଳି ହୋଇ
କହେ - ନୂଆବର୍ଷ ଅଭିନନ୍ଦନ ।
ସବୁ ପୁରୁଣା
ସେଇ ଘଷରଘଷା।
ଜମି ସବୁ ବାଲିଚର,
ଅମୃତଭଣ୍ଡା ଗଛ ଅଣ୍ଡିରା,
ରେଳରୋକୋ ପାଇଁ ସୃଷ୍ଟି ହାୱା।
ଯାହା ଯୋଉଠି ହେଲା
ଖାସ ପ୍ରଭାବ ପଡିଲା ନାହିଁ,
ତୁମେ ସମ୍ଭାଳିନେଲ, ଧନ୍ୟବାଦ।
କିନ୍ତୁ ତୁମେ କୋଉଠି?
କାହିଁ?
ଗତକାଲି ଯେମିତି ଥିଲ
ଆଜି ତ ତମେ ସେମିତି ନାହଁ!
ଚକ ଗଡିଗଲାଣି କାହିଁ କେତେ ଦୂର,
କିଏ କୋଉଠି ଯଦି ପାରିବା
ଚାଲ, ଖୋଜିବା ଚାଲ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
31/7/2019
This poem has not been translated into any other language yet.
I would like to translate this poem
ସବୁ ପୁରୁଣା ସେଇ ଘଷରଘଷା। ଜମି ସବୁ ବାଲିଚର, ଅମୃତଭଣ୍ଡା ଗଛ ଅଣ୍ଡିରା, ରେଳରୋକୋ ପାଇଁ ସୃଷ୍ଟି ହାୱା। beautifully expressed! A sweet poem.............................10