କିଏ କରୁଛି କଣ Who Is Doing What Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କିଏ କରୁଛି କଣ Who Is Doing What

Rating: 5.0

ଛାଡିବି ଘର,
ଛାଡିବି ଇଷ୍ଟ ବନ୍ଧୁ ବର୍ଗ।
ଆଉ ବୁଲିବି,
ବୁଲିବି ସବୁଆଡ,
ଦେଖିବି ଜଗତ।

କିଏ କରୁଛି କଣ
ଜାଣିବାକୁ ଇଚ୍ଛା ମୋର।
କିନ୍ତୁ ମୁଁ ଭକୁଆ,
ଭକୁଆ ମୁଁ ଏଠି
ନ ଜାଣି ବେଳକାଳ
ମାପୁଛି ତଳାତଳ।

ଜାଣେ ନା କ୍ରିୟାକର୍ମ
କାହାର ଆଉ କଣ ପାଇଁ।
ଆଚାର ବେଭାର ଜଣା ନାଇଁ।
ସକାଳେ ସନ୍ଧ୍ୟାରେ
ମାପୁଛି ନିଜକୁ, ପଚାରୁଛି
କୋଉଠି ପହଂଚିଲ ସାଇଁ।

ବୁଦ୍ଧିବଳ ପରଖିବାକୁ
ନାହାନ୍ତି କେହି।
ବିକାର ଚିତ୍ତ,
ସଂଶୟ, ଅହଙ୍କାର,
ସବୁ ମୋଠି ଠୁଳ।
ଭୋଗରାଗ ନ ପାଇ
ହେଉଛି ଆକୁଳ।

ହୋଇଛି ବାତୁଳ
ସରି ନି ଖେଳ।
ଯୋଉଠି ଯେତେ
ଅବୁଝାମଣା, ମୁଁ ଇ
ସବୁରି ମୂଳ।
ସବୁ ଅଚଳ।

ଦୋଷାଦୋଷରେ
ଉଡିବୁଡି ମୁଁ କାକୁସ୍ଥ।

Friday, February 16, 2018
Topic(s) of this poem: life
POET'S NOTES ABOUT THE POEM
The poem is written in Odia language, Odia is the official language of Odisha, India. This world is mysterious, the theme of the poem
COMMENTS OF THE POEM
Gajanan Mishra 16 February 2018

we are living with ego and with all contradictions.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success