କବିତା, ଏବେ
ଗଜାନନ ମିଶ୍ର
ଏବେ,
ଏବେ ମାନେ
ବହୁତ ଦିନରୁ,
କବିତା ମତେ
ଲେଖି ଚାଲିଛି,
ଆଉ ମୁଁ
କବିତା ଭିତରେ।
କବିତା କିଏ?
ମୋର କଣ ସଂପର୍କ
କବିତା ସହିତ?
ମୁଁ ନୁହଁ ଠିକ୍ ଲୋକ
କହିବ ଯିଏ ତୁମକୁ!
ଗାଏମୋଟ ମୁଁ ନିଜେ ଇ
କବିତା, ଆଉ
କବିତା ଭିତରେ
ସବୁ ସମସ୍ତେ ଏଠାରେ।
ଏଇଠି କଣ ସବୁ
କେମିତି ଚାଲିଛି,
କୋଉଠୁ କୋଉଠିକୁ
କିଏ ଯାଉଛି ଆଉଛି
ଆଉ ଆଉ ଯାହା କିଛି
ବୁଝା ପଡୁ ନି।
କିଏ ଅଛି କୋଉଠି ଆଉ
ବୁଝେଇଦେବାକୁ
ତୁମକୁ କି ମତେ!
ଏଇ ଦେଖ,
ଛୁଟି ଚାଲିଛି
କବିତା
ନିଜସ୍ୱ ଢଙ୍ଗରେ
ନିଜ ବାଟରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର,
13/9/2019
This poem has not been translated into any other language yet.
I would like to translate this poem
Poetry in poetry! An excellent work........10