1.
ଭାଷା ତୁମର,
କର ବ୍ୟବହାର,
ହେ ପ୍ରିୟ ।
ଜାଗ,
ଜାଗିରହ,
ହେ ପ୍ରିୟ ।
ସବୁ ତୁମର,
ହେଉ ମଙ୍ଗଳ,
ହେ ପ୍ରିୟ ।
ଆହୁରି ହୁଅ
ବିକଶିତ,
ଆହୁରି ହୁଅ
ସୁନ୍ଦର
2.
ନିଃସନ୍ଦେହ
ତୁମେ ସୁନ୍ଦର,
ହେ ପ୍ରିୟ ।
ନିର୍ଭୟ ରଖ ଅନ୍ତର ।
ଏ ମାଟି
ଏ ଭାଷା
ଯୁଗଯୁଗରୁ ଅଛି
ଅପେକ୍ଷାରେ ତୁମର,
ହେ ପ୍ରିୟ ।
ବ୍ୟବହାର କର,
ବିକଶିତ ହୁଅ ।
3.
ତୁମେ ସ୍ୱତନ୍ତ୍ର,
ତୁମେ ସ୍ୱାଧୀନ,
ହେ ପ୍ରିୟ ।
ତୁମ ଭାଷା
ତୁମେ କର ବ୍ୟବହାର ।
ଏ ମାଟି ପାଣି ଆକାଶ
ପବନ ଆଲୁଅ
ହେଉ ସବୁ ଧନ୍ୟ
ଆଉ ପବିତ୍ର,
ହେ ପ୍ରିୟ ।
4.
ତୁମ ଭାଷା,
ତୁମ ପରିଚୟ
ହେ ପ୍ରିୟ ।
କର ବ୍ୟବହାର
ସବୁଠି ସବୁବେଳେ,
ହେ ପ୍ରିୟ ।
ଆସିବ ଆପେ ସୂର୍ଯ୍ୟ
ଦେବାକୁ ରଙ୍ଗୀନ ଆଲୁଅ,
ହେ ପ୍ରିୟ ।
This poem has not been translated into any other language yet.
I would like to translate this poem