ଶବ୍ଦରେ ଶବ୍ଦରେ ଏତେ କଥା,
କଥା କହିହେବ କେମିତି?
ଆଉ ଯଦି ନ କହିହେଲା
କି ଲାଭ ଶବ୍ଦ ଥାଇ କି ନ ଥାଇ ।
କୋଉ ଶବ୍ଦ କୋଉ ଭାଷା
କାହାର କେତେବେଳେ
ଖାଲି ଅଛି ଦେଖିବାକୁ ଏଠାରେ ।
କିଏ ଦେଖିଲା ପୁଣି କାହାକୁ
ଆଉ କେତେବେଳେ କଣ ପାଇଁ,
ସବୁ ସବୁ କାର୍ଯ୍ୟ ତୋଉଳିଲାବେଳକୁ
ଭାରି ପଡୁଛି ମାଟି ଯାକ ଆଉ
ଚୁପ୍ ଚାପ୍ ହେଉଛି ଯିବାକୁ ଏଠୁ ।
This poem has not been translated into any other language yet.
I would like to translate this poem