ଯାହା ଯେତେ କହ,
ମୁଁ ମୋର, ତୁମେ ତୁମର ।
କିଏ କାହାର କେବେ
କୋଉଠି କେମିତି ହୋଇ
ପାରିଛି ଯେ
ତୁମେ କହିବ ସତ୍ୟ
ଆଉ ଏ ସତ୍ୟ ଯୋଗୁଁ
ଆମେ ସମସ୍ତେ ଘୁରୁଛୁଁ
ଯୋଉଠି ଖାଲି ଅନ୍ଧାର ।
ଅନ୍ଧାର ହିଁ ମୋର ପ୍ରିୟ,
ଅନ୍ଧାର ଯୋଗୁଁ
ଆମେ ହୋଇ ପାରିଛୁଁ
ଆମ ନିଜର ।
ସତରେ ଆମେ ଆମର ।
This poem has not been translated into any other language yet.
I would like to translate this poem