ନା କୁ ହଁ କହିବା ଲୋକ
ନୁହଁ ମୁଁ ।
କିନ୍ତୁ ନା ଟା ଯେ ହଁ
ଏତିକି ବୁଝିବାକୁ
ସରି ଯାଉଛି ସବୁ ସମୟ ।
ସମୟଟା କାହାର
ହୋଇ କେବେ ଥିଲା କି?
ଦଗାବାଜ, ଖାଲି ଅନେଇ
ଯାଏ ଚାଲି ଯାହାର
ନ ଥାଏ କିଛି ।
ଆଉ ଯାହା ଥାଏ
ଦେଖିବା ଲୋକ ଦେଖେ,
ନ ଦେଖିବା ଲୋକ ଛିଡା ହୁଏ
ଘଡିଏ ଆଉ ଅନୁମାନ କରେ କିଏ କୁଆଡେ '
This poem has not been translated into any other language yet.
I would like to translate this poem