ମଣିଷ
ସବୁଠୁ ଭୟଙ୍କର ମଣିଷ ।
ହେ ମଣିଷ, ସତର୍କ ରହ ମଣିଷଠୁ ।
ମିଛ ଦୁଃଖ
ମିଛ ଆନନ୍ଦରେ
ହୋଇଯାଉଛୁ ବିଭୋର, ମଣିଷ ।
କଥାର ଚାତୁରୀରେ ଫଶି
ଦେଉଛୁ ହଜାଇ ହିତାହିତ ସବୁକିଛି ।
କଣ କରୁଛୁ,
ଯାଉଛୁ କୁଆଡେ କେତେବେଳେ
ନାହିଁ ତୋର ପତ୍ତା ମଣିଷ ।
ଦେଖୁଛୁ ଯାହା ସେଇଟା ନୁହଁ ସତ,
ଯାଉଛୁ ଯୁଆଡେ ସେଆଡେ ନାହିଁ କିଛି ।
ଭରସା ବିଶ୍ଵାସ କିଛି ବି ପାଉ ନି ମଣିଷ,
ମଣିଷ ପାଖରେ ।
This poem has not been translated into any other language yet.
I would like to translate this poem