ହୋଇଛି କଣ ତୁମର
ମତେ ନାହିଁ ଜଣା,
ମୁଁ ବି ଏଠି, ଦେଖ
ହୋଇ ଯାଉଛି ବଣା ।
କିଛି ହେଉ ନ ହେଉ,
ମୁଁ ମୋର ମାତିଛି କବିତାରେ ।
ଆଉ କବିତା ମତେ ନେଇ
ରଖୁଛି କୋଉଠି ମତେ ନାହିଁ ଜଣା ।
ଫୁଲଫୁଟାରୁ କାଦୁଅମଖା ଯାଏ
ମୁଁ ମୋର ଧରିଛି ଆକାଶ,
ଆଉ ଆକାଶ ଏତିକି ସେତିକି କହି
ମତେ ଭୁଲାଉଛି ବାଟ ।
ମାଟିଠୁ ଆକାଶ ମୋରି ଘର,
ମୋରି ଘରେ ମୁଁ ଖୋଜୁଛି ପରିଚୟ ମୋର ।
This poem has not been translated into any other language yet.
I would like to translate this poem