କାଳିଆରେ ଦେହସିନା ପାରୁନିଯାଇ ଶିରିକ୍ଷେତରେ
ହେଲେ ମୋର ମନ ଦେଖେ ତୋଚକାନୟନ ସବୁଦିନେ।
ହାତ ମୋ' ତୋଳିନି ଫୁଲଟେ ତୋପାଇଁ
କରିନି ତୋ ଚରଣସେବା ।
ନିଯେ ମୁଁ ଫୁଲଟେ ତୋପାଦତଳେ
ମନମୋ ପୁଝାରି ତୋର ।
ଗୁହାରି କରୁଛି ନେଏରେ କାଳିଆ ଏଇମୋ ଭକ୍ତିର ଅର୍ଘ୍ୟ।
ଲୋଭ ମାୟାମୋହ ଘେରିଛି ମୋତେରେ
ବାନ୍ଧିଛି ମୋ ପାଦରେ ବେଢି,
ସଂଶାର ବନର ମାୟା ହରିଣିଟା
କରିଛି ମୋତେରେ ବନ୍ଦି ।
ତୋରନାମବାଣ ଧରିଛି ଭିଡି ମୁଁ ଭାବିଛି ଯିବିମୁଁ ତରି ।
ଏଜୀବନେ କାହାରିକି ଦେଇମୁଁପାରିନି କିଛି
ତୋ' ହାତେ ଖେଳନାଟେ ମୁଁଯେ
ଅଳିମୁଁ କରୁଛି ତୋ ଚରଣ ତଳେ
ମଙ୍ଗଳ ମନାସି ସବୁରି,
ସଭିଏଁ ଲଭନ୍ତୁ ତୋ ଆସିସ ବାରି ଏତିକ ମୋହର ଅଳି ।
This poem has not been translated into any other language yet.
I would like to translate this poem