କୈବଲ୍ୟ
କୈବଲ୍ୟ ଜୀବନ,
ଏଇଠି ଆମର ।
ପତ୍ର ପୁଷ୍ପ ଜଳ
ପବନ ଆଉ ଆଲୁଅ
ସବୁ ଆମର ।
ନିଜକୁ ନିଜେ ସମସ୍ତ
ସନ୍ଦେହରୁ ଉର୍ଦ୍ଧ୍ଵରେ
ରଖିପାରିଲେ ଜୀବନ
ପୂରା ସଫଳ ।
ଜୀବନ କୈବଲ୍ୟ,
ଆଉ ଆମେ ସଫଳ ।
କୋଉଠୁ କୋଉଠିକୁ
ଆମେ ଯାଉଛୁଁ ହେବ
ଜାଣିବାକୁ ସବୁ କୌଶଳ ।
This poem has not been translated into any other language yet.
I would like to translate this poem