ଯେତିକି କହିଲି
ଅଧିକା ତାଠୁ ଶୁଣିଲ ଯଦି
ସେଇଟା ତୁମ ବାହାଦୁରି ।
ଅଧିକାଟା ଅଡୁଆ
ରଖିବ କୋଉଠି କେମିତି
ଜାଣ ତୁମେ ବଢିଆ ।
ଆସ୍ଥାନ ଜମେଇ
ଯିଏ ଠିଆ, ପଚାରିଲେ
କହିବ, ଥାଉରେ ବୁଆ ।
ଚାଲିଥାଉ ଦିଆନିଆ,
ହେଲା ଟା ହେଉ,
ନ ହେଲାଟା ଥାଉ ।
ଯାହାକୁ ଯେମିତି ଶୁଭିଲା
ସେମିତି କୁହାଯାଉ ।
This poem has not been translated into any other language yet.
I would like to translate this poem