ନାହଁ ଯଦି ତୁମେ ଏଠି
ମୁଁ ଆଉ ଅଛି କି?
ମୁଁ ଅଛି ଆଉ ୟା ଅର୍ଥ
ତୁମେ ଅଛ ନିଶ୍ଚୟ ।
ତୁମେ ଅଛ ନିଶ୍ଚୟ
ମୋର ବିଶ୍ଵାସ ନ ହେବ କେମିତି?
ମୁଁ କିଛି ନ କରି ବି ଦେଖୁଛି
ସବୁ ସବୁ ହୋଇ ଯାଉଛି ଏଇଠି ।
ସବୁ ସବୁ ଅର୍ଥ ସବୁ ସବୁ
ତୁମେ ସବୁ ମୁଁ ସବୁ
ଆଉ ଆମ ଉପସ୍ଥିତିରେ
ସବୁ ଶୂନ୍ୟ ନୁହଁ କିଛି ସବୁ ।
This poem has not been translated into any other language yet.
I would like to translate this poem