ଯିବି ଯେ
ଟିକିଏ ଅପେକ୍ଷାକର
ଟିକିଏ।
ସେଇ ଟିକିଏରେ
ହୁଏ ତ
କହିବ, ରହିଯାଅ।
ରହିବାକୁ, ଜାଣିଛ
ଚାହେଁ ନାଇଁ ମୁଁ।
ମୁଁ ଆଉ କିଏ କି?
ମୁଁ ମୁଁ
ନୁହଁ ଯଦି।
ଯଦି ରହିବି
ରହିବି କାହାପାଇଁ?
ରହିବି ଯେ, ମୁଁ ଇ ନାଇଁ।
This poem has not been translated into any other language yet.
I would like to translate this poem
Life is temporary, at any moment death may comein.