ପାରିବି ନି କହି କିଏ ଦେବତା
କିନ୍ତୁ ବୋକା ହୋଇ ପାରିବି ରହି
ତୁମ ସହିତ ସାରାଦିନ ଏଇଠି ।
ପାରିବି ନି କହି କେତେ ଆକାଶ
ଏଇ ମାଠିଆରେ ମୋର କିନ୍ତୁ
ପାରିବି କହି ମାଠିଆରୁ ଯାଏ
କୁଆଡେ ପାଣି ବାଷ୍ପ ହେଲାପରେ ।
କଳା କି ଧଳା, ଛୋଟ କି ବଡ,
ପାରିବି ନି କହି, କିନ୍ତୁ କହିବି
ଏଠି ମୁଁ କରୁଛି କଣ, ଯଦିଓ ମୂଲ୍ୟହୀନ ।
ବିଚାର କରିବା ଲୋକ ନୁହଁ ତୁମେ, ଜାଣେ ।
ତୁମକୁ ବି କହି ଲାଭ ନାହିଁ କିଛି,
ଜାଣେ ଯେବେ ତୁମେ ବି ମୋ ସହିତ
ଛାଡୁଛ ଜାଗା ବିନା ସୂଚନାରେ ଏମିତି ।
This poem has not been translated into any other language yet.
I would like to translate this poem