ଏତିକି ସେତିକି ହେଲା
ଜଣା ପଡିଲା ନାହିଁ କିଛି ।
କିଏ କୁଆଡେ ଯାଇ
କୋଉଠି ରହିଲା
ପଡିଲା ନାହିଁ ବୁଝା ।
ହେଲା କି
ସୁନ୍ଦର ଜନ୍ମ ବେକାର?
ହଁ ହୋ କହି କେହି
ଆସିଲା ନାହିଁ ଫେରି ।
ତଥାପି କାହାର କାନ୍ଦରେ
କେତେ ଥିଲା ସତ ଆଉ
କେତେ ଥିଲା ଖାଦ
ପରଖିବାକୁ ବି ନ ଥିଲା
ସମୟ କାହାଠି,
ନ ଥିଲା ବି ଲାଭ କିଛି ।
This poem has not been translated into any other language yet.
I would like to translate this poem