କିଛି ଅଭୁଲା ସ୍ମୃତି Poem by Dr. Sada Bihari Sahu

କିଛି ଅଭୁଲା ସ୍ମୃତି

Rating: 5.0

କିଛି ସ୍ମୃତି ରହିଯାଏ ମାନସ ପଟରେ
ଘୁରି ବୁଲେ ମନ ମଧେ କାଳ ଅନ୍ତରାଳେ
କଲେଜ ଜୀବନର ଖୁସି, ମଜ୍ଜା, ମଜଲିଶି
ଅବା ପଢା, ଖେଳ ଆଦି ଦିନ ମାନଙ୍କରେ
ରାଜେନ୍ଦ୍ର କଲେଜରେ ପାଦ ଦେବା ବେଳେ
କେଜାଣି କାହିଁକି ମନ ଊଡେ ବଡ କୌତୁହୁଳେ
ସାଇକେଲକୁ ପେଲି ପେଲି ଘରୁ ଆସିବା ବେଳେ
କେଜାଣି କେଉଁଠି ଥାଏ ଏତେ ଶକ୍ତି ଓ ବଳ
ଥକି ଯାଏ ଶରୀର ସିନା ମନ ମଳିନ ନ ଥାଏ
କିଛି ସ୍ମୃତି ରହିଯାଏ ମାନସ ପଟରେ
ଘୁରି ବୁଲେ ମନ ମଧେ କାଳ ଅନ୍ତରାଳେ

ପାଠ-ସାଠ, ଖେଳ- କୁଦ, ବୁଲା-ବୁଲି ଏକା ସାଙ୍ଗେ
ସମୟ ସବୁ ବିତି ଯାଏ ଅଚାନକ ଭାବେ
ଜଣାପଡିଲାନି କେମିତି ବିତି ଗଲା ଦିନ, ମାସ, ବର୍ଷ ମାନେ
ହୃଦବଧ ହୁଏ Theory of Relativity ର ପ୍ରକୃତ ଅର୍ଥ ଏବେ
କେବେ ବର ଗଛ ମୂଳେ ଗପସପ ତ ଆଉ କେବେ ଗାନ୍ଧୀ ପଡିଆରେ
ଏପ୍ରୋନ ଟିଏବିନ୍ଧି ଦେଇ ମନେ ମନେ ଡାକ୍ତର ଟିଏ ଭାବେ
Chemistry ଓ ଫିଜିକ୍ସ Laboratory ଗଲେ ବୈଜ୍ଞାନିକ ଟିଏ ହେବା ପାଇଁ ମନ ଡାକେ
କେତେବେଳେ ବେଙ୍ଗ କଟା ତ ଆଉ କେବେ ଚିତ୍ର ଆଙ୍କି ଦିନ ସବୁ ବିତେ
ଏନ॰ସି॰ସି॰ ପୋଷାକ ପିନ୍ଧିଦେଲେକେତେ ଦମ୍ଭ ମନ ମଧେ ଯାଗେ
ଭାବେ ମନ ସାମରିକ ସେନା ଅବା
ପୁଲିସ ରେ ଯୋଗ ଦେବି ଭବିଷ୍ୟତରେ କେବେ
କେତେ ସ୍ଵପ୍ନ, କେତେ ଆଶା ସବୁ ମନ ମାଧେ ଯାଗେ
କିଛି ସ୍ମୃତି ରହିଯାଏ ମାନସ ପଟରେ
ଘୁରି ବୁଲେ ମନ ମଧେ କାଳ ଅନ୍ତରାଳେ
କେତେ ନାଚ-ଗୀତ ବଣଭୋଜି ବେଳେ
ନିର୍ବାଚନ ପ୍ରତିଦ୍ଵନ୍ଦୀ ର ପ୍ରଚାର ଓ ପ୍ରସାର
ଅଥବା ଏନ॰ସି॰ସି॰ କାମ୍ପର ସାଙ୍ଗ-ସାଥି ମେଳେ
ଆଖିଆଗେ ଘୁରି ବୁଲେ ଏକ ଏକ ଦୃଶ୍ୟ ମାନ
ଅଗଣିତ ଅଭୂଲା ସ୍ମୃତିର ପ୍ରତିଟି କ୍ଷଣ
ଖୋଲା ଆକାଶର ସ୍ଵାଧୀନ ପକ୍ଷୀ ଟିଏଥିଲା କଲେଜ ଦିନ
ନଥିଲା ହାତରେ ପଇସା ଅବା ଜଞ୍ଜାଳମୟ ଦୁନିଆ ର ବନ୍ଧନ
ମନରେ ଥିଲା ଅନେକ ଆଶା ଓ ଖୁସିର ସମ୍ପତି
ସ୍ଵାଧୀନ ଜୀବନ ଆଉ ମନ ଖୋଲା ହସ ଓ ଖୁସି
କିଛି ସ୍ମୃତି ରହିଯାଏ ମାନସ ପଟରେ
ଘୁରି ବୁଲେ ମନ ମଧେ କାଳ ଅନ୍ତରାଳେ

30 ବର୍ଷ ବିତି ଯିବା ପରେ
ଆଜି ମନ ଝୁରେ କଲେଜ ସେ ପ୍ରତିଟି କ୍ଷଣ
ଫେରି ଆସନ୍ତା କି ପୁଣି ଥରେ କଲେଜ ଦିନ
ସାଙ୍ଗ-ସାଥୀ ମେଳ ଆଊ ଖୁସି-ମଜ୍ଜା ଓ ମଜଲିଶ ଦିନ ମାନ
କିଛି ସ୍ମୃତି ରହିଯାଏ ମାନସ ପଟରେ
ରହିଥିବ ଏଇ ସ୍ମୃତି ଏ ମନ ମଧ୍ୟରେ
ଯେତେ ଦିନ ପ୍ରାଣ ଅଛି ଏ ଶରୀରରେ
*******

POET'S NOTES ABOUT THE POEM
This poem is in memory of my college- Rajendra College, Balangir, Odisha.
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success