ଅବିଶ୍ଵସ୍ତ କିଏ?
ଏ ସ୍ଥିତାବସ୍ଥାରେ
ଆଉ ବିକଳ୍ପ ଗଳିରେ
ଯେତେ ଯିଏ
ଖୋଜିଲେ ଉତ୍ତର
ପାଇଲେ କି ନ ପାଇଲେ
ଜଣା ନ ଥିଲା କିନ୍ତୁ
ଜଣା ପଡିଗଲା
ଗାଲୁଗପରେ କିଏ
କେତେ ଓସ୍ତାଦ ।
ସୁନାକୁ ପିତଳ
କହିବେ ଜୋର ଦେଇ ଲୋକେ,
ହଇହଲ୍ଲା କରିବେ ତୁଚ୍ଛାକୁ ।
ନିଜ ଗୋଡକୁ ନିଜେ
ଭାଙ୍ଗିବାକୁ ବସିବେ ।
ଯିବା ଆସିବା ପଥରେ
ନିଜେ ବିଛେଇବେ ଭଙ୍ଗାକାଚ ।
ସନ୍ଦେହରେ ବର୍ଷିବେ ଆକାଶ ଉପରେ,
ଆଉ ରହିବେ ସଦା ହିଂସ୍ର ।
କହିବେ କଣ କେତେବେଳେ
ନ ଥିବ ଠିକ୍ ଠିକଣା ।
ଗୋଳିଆ କରି ପାଣି
ମାଛ ବେଙ୍ଗ ଆଉ ଆଉ
ଧରିବାକୁ ହେବେ ହମ ହମ ।
ବାଁ ଡାଁ ହାତରେ ବଜେଇବେ ତାଳି
ଆଉ ସେଇ ଶବ୍ଦରେ ଚମକିବେ ନିଜେ ।
ଗଲା ଗଲା
ଆସିବ ଆସିବ
କିନ୍ତୁ ଅଛି ଯାହା
ଜଗି ରଖିବାକୁ
ନାହିଁ ପାଖରେ ମନ ।
ଅସନ୍ତୁଷ୍ଟ ସଦା
ଆଉ ଅସତର୍କ ବି ଏଠି ସେଠି ।
ଖାଇ ପିଇ ଶୋଇଗଲେ
ଗଲା କହି ବ୍ୟସ୍ତ ସଦା
ନିଜେ ନିଜର ଜାଲ ବୁଣାରେ ।
କହିବ କେମିତି ଆରେ ହେ
ନିରେଖ ଆଲୁଅ ଆଡକୁ,
କଳଙ୍କିଲଗା ବନ୍ଧୁକ ତୁମର
ନୁହେଁ କିଛି କାମର ।
ମିତ୍ର ଅରି ମେଳରେ
ଜୀବନର ରୋମାଂଚ
ପରଖିବାକୁ ବି ନାହିଁ ବେଳ ।
ଜୀବନର ରୋମାଂଚ ପରଖିବାକୁ ବି ନାହିଁ ବେଳ । bastabika sata katha, parikhibaku bi nahin bala. Sundara kabitatie lekhichhanti. Dhanyabad snehara bandhu, dasharu dasha paantu.
This poem has not been translated into any other language yet.
I would like to translate this poem
ଜୀବନର ରୋମାଂଚ ପରଖିବାକୁ ବି ନାହିଁ ବେଳ । bastabika sata katha, parikhibaku bi nahin bela. Sundara kabitatie lekhichhanti. Dhanyabad snehara bandhu, dasharu dasha paantu.