ଅଣ୍ଟି ମୋ ପୋଡିଯାଉଚି
ସାଉଁଟା ସ୍ମୁତିର ଜଳନ୍ତା ଅଗାଂର ନେଇ
ଜୀବନଟା ଲାଗେ ଭାରି
ଅମାନିଆ ବେଳ ଗଡିଯାଉଚି ଗୋ
ଗଣି ଗଣି ଏକ ଦୁଇ ା
ଟିକି ଟିକି କରି କିଏ ପ୍ରାଣ ଖାଏ
ମନଟା କି ଜମା ମାନୁଚି
ଅଂଗସୌଷ୍ଠବ ତ ଲୋଟି ପଡିଲାଣି
କେଶରେ ରୁପାର ଝୋଟି ପଡିଲାଣି
ଘୋଡା଼ର ଲାଂଜରେ ନିଆଁ ଲାଗିଅଛି
ହନୁମାନ ପରି ଲଂକା ଜାଳିଦେବ
ନିମିଷେ ଗଗନ ଛୁଉଁଛି!
ଅଂଗେ ଅଂଗେ ସତେ ମଳୟ ଛୁଇଁଛି
ପ୍ରଳୟ ଆଉଚି କେତେ ବେଗ ନେଇ
ବିଲୟ ଭଜିବ ସବୁ ପ୍ରାଣସତ୍ତା
ସମାଜର ନଈ ଧାରପରେ ଠିଆ
ହୋଇ ମୁଁ ଯେ ଚାହିଁ ରହିଚି
କିଏ ଜଣେ ସାଥି ହାତ ବଢାଇଚି
ମନା କରିବାକୁ ମନ ଚାହୁଁନାଇଁ
ଧାଇଁ ତ ଯାଉଚି ବାଡ଼ବତା ଡେଇଁ
ନଈର ଭଉଁରୀ ଘାରି ଦଉଅଛି
ଆଖିରେ ନୂତନ କଜଳ ମଖେଇ
କୋଳରେ ମୋ ମଥା ଥୋଇଛି
ଅନ୍ତରେ ତାହାର କେତେ ଆଶ୍ବାସନା
ଅଥବା ତହିଁରେ ଅଛି ବିଡ଼ମ୍ବନା
ବିଧି ଟାଣି ଟାଣି ନଉଚି ା
ଜୀବନଟା ସରି ସରି ତ ଯାଉଚି
ଚନ୍ଦନ ପେଡ଼ାରେ କାଠି ସାଜିକରି
ଘୋରି ଘୋରି ମରି ଯାଉଛି
ମହ ମହ କରି ବାସିଲେ କି ହେବ
କୋହମୟ କରେ ତୋର ନୀରବତା
ମୋହ କରି ଦିଏ ପ୍ରାଣସତ୍ତା
ପ୍ରତିଶ୍ରୁତି ସିଏ ଚାହୁଛି
ଯେତିକି ସମୟ ପାଖରେ ରହିବୁ
ପ୍ରେମର ଫାଶରେ କପୋତ ସାଜିବୁ
ନୀଳ ଆକାଶକୁ ଚାହିଁ ା
ସୁଖଦୁଃଖସବୁ ଈଶ୍ବର ପ୍ରସାଦ
ମଣିକରି ବାଣ୍ଟି ଖାଇବୁ
ଜୀବନଟା ହସି ହସି ବିତିଯିବ
ଚାହିଁ କରି ତୁହି ରହିବୁ ା
This poem has not been translated into any other language yet.
I would like to translate this poem
ଜୀବନଟା ସରି ସରି ତ ଯାଉଚି ଚନ୍ଦନ ପେଡ଼ାରେ କାଠି ସାଜିକରି ଘୋରି ଘୋରି ମରି ଯାଉଛି ମହ ମହ କରି ବାସିଲେ କି ହେବ କୋହମୟ କରେ ତୋର ନୀରବତା ମୋହ କରି ଦିଏ ପ୍ରାଣସତ୍ତା An amazing poem with deep philosophy.Wish to read more of your Odia poems.