ସାରା ଆକାଶ Poem by Debendra Majhi

ସାରା ଆକାଶ

ମୋ ସାରା ଆକାଶ,
ମେଂଟାଏ ମୋ ଶୋଷ,
ପଚାରେନା ସେ କେବେ,
ଜୀବନର ମିଶାଣ ଫେଡ଼ାଣ,
କିବା ଅବଶେଷ

ପେଟରେ ପେଟେ ରଖି
ପାଣି ଓ ପବନ,
ପୋଷୁଥାଏ ସାରା ଧରାର ଜୀବନ
କରେ ନାହିଁକେବେ ଅବଶୋଷ,
ମୋ ସାରା ଆକାଶ

ଆଲୋକର ସାଥିନେଇ ଖୁଆଏ ସଭିଙ୍କୁ,
ଅନ୍ଧାରର ରଙ୍ଗ ବୋଳି ଶୁଆଏ ସଭିଙ୍କୁ,
ଛାତିରେ ଇନ୍ଦ୍ରଧନୁ ରେଖା ଟାଣି,
ସମସ୍ତଙ୍କୁ କରାଏ ହରଷ,
ମୋ ସାରା ଆକାଶ

ସାରା ଆକାଶ
COMMENTS OF THE POEM
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success