ନିରୋଳା ଆଉ ନିଛାଟିଆ ସକାଳରେ,
ଚୁପ ଚାପ କାହିଁକି ତୁ
'ଶାକମା' ହେଇଯାଉ?
ତ ନରମ ଲାଜୁଆ ଆଙ୍ଗୁଳିରେ,
ଆକାଶ ଅଗଣାରେ କୁହୁଡ଼ି ଲିପିଦେଉ,
ଅନ୍ଧାରୁଆ କାଳିମାକୁ ଚିରି,
ଉଜାଗର ଆଣିଦେଉ!
ଟେଟେଇଁଆ ନିଜେ ଉଇଁ,
ବଡ଼ି ଭୋରୁ ଡାକୁଛି କାହାକୁ?
ଏତେ ବର୍ଷ ଯାଏ ଖୋଜି,
କଣ ପାଉନି କାହାକୁ? ?
ବିହଙ୍ଗଙ୍କ କାକଳୀଟା,
ବଳେ ବଳେ ପଖାଳେ ସଭିଙ୍କୁ,
କାଉଁଳିଆ ମୁହଁ କରି,
ଦେହରେ ପାଉଡ଼ର ବୋଳି,
ଜହ୍ନଟା ଦେଖୁଛି କାହାକୁ! !
This poem has not been translated into any other language yet.
I would like to translate this poem