ପାହାନ୍ତି ଆକାଶର ଜହ୍ନ Poem by Debendra Majhi

ପାହାନ୍ତି ଆକାଶର ଜହ୍ନ

ନିରୋଳା ଆଉ ନିଛାଟିଆ ସକାଳରେ,
ଚୁପ ଚାପ କାହିଁକି ତୁ
'ଶାକମା' ହେଇଯାଉ?

ତ ନରମ ଲାଜୁଆ ଆଙ୍ଗୁଳିରେ,
ଆକାଶ ଅଗଣାରେ କୁହୁଡ଼ି ଲିପିଦେଉ,
ଅନ୍ଧାରୁଆ କାଳିମାକୁ ଚିରି,
ଉଜାଗର ଆଣିଦେଉ!

ଟେଟେଇଁଆ ନିଜେ ଉଇଁ,
ବଡ଼ି ଭୋରୁ ଡାକୁଛି କାହାକୁ?
ଏତେ ବର୍ଷ ଯାଏ ଖୋଜି,
କଣ ପାଉନି କାହାକୁ? ?

ବିହଙ୍ଗଙ୍କ କାକଳୀଟା,
ବଳେ ବଳେ ପଖାଳେ ସଭିଙ୍କୁ,
କାଉଁଳିଆ ମୁହଁ କରି,
ଦେହରେ ପାଉଡ଼ର ବୋଳି,
ଜହ୍ନଟା ଦେଖୁଛି କାହାକୁ! !

ପାହାନ୍ତି ଆକାଶର ଜହ୍ନ
Thursday, April 30, 2020
Topic(s) of this poem: beauty
POET'S NOTES ABOUT THE POEM
The beauty of the hazy moon in the wee hours at the horizon has been described in colloquial Odia language (language spoken in Odisha, a state in East-Coast of India) .
COMMENTS OF THE POEM
READ THIS POEM IN OTHER LANGUAGES
Debendra Majhi

Debendra Majhi

Odisha, India
Close
Error Success