ହେ ଗୋପବନ୍ଧୁ Poem by Dr. Sada Bihari Sahu

ହେ ଗୋପବନ୍ଧୁ

Rating: 5.0

ହେ ଗୋପବନ୍ଧୁ

ହେ ଗୋପବନ୍ଧୁ, ତୁମେ ଜଗତର ବନ୍ଧୁ
ଦୀନ, ଦୁଃଖୀ, ରୁଗ୍ଣ ଲୋକଙ୍କ ପାଇଁ ତୁମେ ପ୍ରାଣବିନ୍ଦୁ
ସମାଜ ସେବାରେ ତୁମେ ସିଦ୍ଧିହନ୍ତା
ଓଡିଆ ଜାତିର ତୁମେ ଧ୍ଵଜ ବାର୍ତ୍ତା
ବନ୍ୟା, ମରୁଡି, ଅନାବୃଷ୍ଟି ସମଯେ ପୀଡ଼ିତାଙ୍କ ପାଇଁ ଯାର ବଢେ ହାତ
ତୁମେ ପରା ସେଇ ଆଦର୍ଶ ପୁରୁଷ
ହେ ଗୋପବନ୍ଧୁ, ତୁମେ ଜଗତର ବନ୍ଧୁ
ଦୀନ, ଦୁଃଖୀ, ଅଭାବି ଲୋକଙ୍କ ତୁମେ ପ୍ରାଣବିନ୍ଦୁ

ପଞ୍ଚସଖା ମଧ୍ୟେ ତୁମେ ଅନ୍ୟତମ
ଦେଶ ବିଦେଶରେ ତୁମ ଜୟଗାନ
ଦୀନ, ଦୁଃଖୀ ଲୋକଙ୍କ ପାଇଁ ଯାର ବହେ ଅଶ୍ରୁଧାର
ସ୍ନେହ, ପ୍ରୀତି, ସଦିଛା କାମନା ଯେ କରେ ବାରମ୍ବାର
ଓଡିଆ ଲୋକଙ୍କ ଦେଖି ସବୁ ଦୁର୍ଦ୍ଦଶା
ଗଢି ବାକୁ ଏକ ସ୍ଵତନ୍ତ୍ର ଓଡିଶା
ଅହିଂସା ଆନ୍ଦୋଳନେ ବ୍ରତୀ ହୋଇ ତୁମେ
ଗଢିଦେଇ ଗଲ ‘ସମାଜ' ରବାର୍ତ୍ତା
ହେ ଗୋପବନ୍ଧୁ, ତୁମେ ଜଗତର ବନ୍ଧୁ
ରୋଗୀ, ଦୁଃଖୀ, ଗରିବ ଲୋକଙ୍କ ପାଇଁ ତୁମେ ପ୍ରାଣବିନ୍ଦୁ

ନିଜେ ଭୋକିଲା ରହିଗରିବ ମୁହଁରେ ଦେଇଛ ତୁମେ ଅନ୍ନ
ଦୁଃଖୀ ଦରିଦ୍ରଙ୍କପାଇଁ ତୁମେ ସଦା ସମର୍ପଣ
ସେବା, ତ୍ୟାଗ ପାଇଁ ଯାର ହୁଏ ଜୟଗାନ
ତୁମେ ପରା ସେହି ଆମ ‘ଉତ୍କଳମଣି' ଜାଣ
ହେ ଗୋପବନ୍ଧୁ, ତୁମେ ଜଗତର ବନ୍ଧୁ
ଦୀନ, ଦୁଃଖୀ, ଅଭାବି ଲୋକଙ୍କ ପାଇଁ ତୁମେ ପ୍ରାଣ ବିନ୍ଦୁ

ତୁମ ଲେଖନୀରେ ଫୁଟେ ଗରିବର ଗାଥା
ତୁମେ ପରା ସେହି ସ୍ରଷ୍ଟା- ଧର୍ମପଦ, ବନ୍ଦୀର ଆତ୍ମକଥା ଓ କାରାକବିତା
ମାତୃଭୂମୀ ପ୍ରେମେ ତୁମେ ଉତ୍ସଗ୍ରୀତ
ଜଗତ କଲ୍ୟାଣ, ପରହିତେ ଯାଉ ମୋର ପ୍ରାଣ- ଏ ବାର୍ତ୍ତା ତୁମରି କଳ୍ପିତ
ଓଡିଆଭାଷାର ଉତଥାନେ ସାଜିଲ ବିପ୍ଳବୀ
ଗଢିଲ ‘ କର୍ତ୍ତବ୍ୟ ବୋଧିନୀ ସମିତି'
ଦେଇଗଲ ବାର୍ତ୍ତା ଭାଷାହିଁ ଜାତିର ‘ପ୍ରାଣସ୍ପନ୍ଦନ'
ହେ ଗୋପବନ୍ଧୁ, ତୁମେଓଡିଆ ଭାଷାର ପ୍ରକୃତ ବନ୍ଧୁ
ଦୀନ, ଦୁଃଖୀ, ରୋଗୀଙ୍କ ପାଇଁ ତୁମେ ପ୍ରାଣବିନ୍ଦୁ

ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦଶାରେମ୍ରିୟମାଣ ହୋଇ
ଗଢିଥିଲ ତୁମେ ‘ଓଡିଆ ଶ୍ରମିକ ସଂଘ' ଓ ‘ସାନ୍ଧ୍ୟ ବିଦ୍ୟାଳୟ' କଲିକତା ଥାଇ
ପୁତ୍ର, ପତ୍ନୀ ମୃତ୍ୟୁ ସଂବାଦ ଶୁଣି ବି
ଅହୋରି ନ ଥିଲ କେବେ କର୍ମରୁ କେବେ ବି
ଦୁଃଖୀ, ଦରିଦ୍ରାଙ୍କ ସେବାରେ ବିତିଲା ଜୀବନର ସବୁ ଦିନ
ହେ ଗୋପବନ୍ଧୁ, ତୁମେ ଜଗତର ବନ୍ଧୁ
ଦୀନ, ଦୁଃଖୀ, ରୋଗୀଲୋକଙ୍କ ପାଇଁ ତୁମେ ପ୍ରାଣବିନ୍ଦୁ

ପାଉ ନାହିଁ ଭାଷା କରିବାକୁ ତୁମ ଜୟଗାନ
ଦୁଃଖୀ, ଦରିଦ୍ରଙ୍କପାଇଁ ତୁମେ ଦେବତା ସମାନ
ଯେତେଦିନ ଥିବ ଏ ଉତ୍କଳ ପ୍ରଦେଶ
ଭୁରି ଭୁରି ପ୍ରଶଂସା ତୁମ ଚଉପାଶ
ଚିର ଋଣୀ ରହିବେ ଏହି ଲୋକମାନେ
ମନେ ପକାଇବ ତୁମ କର୍ମମାନ
ଘେନ ହେ ପ୍ରଣାମ ହେ ଗୋପବନ୍ଧୁ
ଦୀନ, ଦୁଃଖୀଙ୍କ ତୁମେ କୃପାସିନ୍ଧୁ
ଓଡିଆ ଭାଷାର, ଓଡିଆ ଜାତିର ତୁମେ ପ୍ରକୃତ ବନ୍ଧୁ
ଅମରତ୍ଵ ପାଇଛି ତୁମ ପ୍ରାଣବିନ୍ଦୁ

(C)ଡ.ସଦା ବିହାରୀ ସାହୁ

Wednesday, July 8, 2020
Topic(s) of this poem: memoirs
POET'S NOTES ABOUT THE POEM
This is in memory of Dr. Gopabandhu Dash, a poet, social reformer etc of Odisha.
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success