କାନ୍ଦୁଚି କଦମ୍ୱ,
ମୋର ମୁଁ ହତବମ୍ୱ।
ଇଏ କି ତୁମେ
ଯିଏ ଆସି ଏତିକିବେଳେ
ହସୁଛିଦେଖି ମୋର
ଏକଲାପଣ।
ଜାଣିଛ ବହୁତ ଲୀଳା,
କରୁଛ ଏଠି ସେଠି ଏତେ ଖେଳା।
ଶ୍ରାବଣର ପୁନେଇଁ ଜହ୍ନ
ଚକ୍ ଚାକ୍ ଆହୁରି ଆଗଠୁ
ତାରାଗଣ ଅବଶ୍ୟ
ମୁହଁଲୁଚା ଦେଇ
ରହିଛନ୍ତି ଯେ ଯୋଉଠି ।
ଭାବୁଛନ୍ତି କରିବେ କଣ ପୁଣି
ଆସନ୍ତାକାଲି ।
ସବୁ ପଡିଲେଣି ଧରା,
ଚୋର ତସ୍କର ହୁଣ୍ଡା ଗୁଣ୍ଡା
ଯେତେ ସବୁ ବାହାପିଆ।
ଏଥର ଦେଖି ସୁଯୋଗ
ବିନ୍ଧିଦେବାର କଥା ତୀର।
ଖୋଜି ଆଣିବା କଥା
ନିଜର ହଜିଲା ପରିଚୟ
ନାଁ ଗାଁ ଠିକଣା।
କାହାକୁ କଣ
ସେ କଥା ଭିନ୍ନ।
କିଛିକୁ କେତେବେଳେ ବି
କହିବା କଥା ନୁହଁ।
ଶିଖିମନାଇ ରହିଯିବା କଥା
ଯୋଗରେ ବିଯୋଗରେ
ଦେହର ବାହାରେ ଏଠାରେ।
ପୁଣି କିଏ କେତେବେଳେ
କରୁଛି କଣ ବୁଝି ସମଝି
ଜହ୍ନିପତରରେ ଲେଖି ଦେବା କଥା
ନିଜ ଉଦ୍ଦେଶ୍ୟ ସଫେଇ ଦେଇ
ଏତିକି ସେତିକି ଥିଲା ଏଠି ନିଅ।
ନେଇ ନ ପାରିଲେ କହିବାର
ଆବଶ୍ୟକ ନାଇଁ କୁଳଚନ୍ଦ୍ରମାରେ
ଯିବୁ କେମିତି ପଚାରି ଆ
ଶୁଖିଲା ମେଘଙ୍କୁ।
କଦମ୍ୱଫୁଲକୁ
ସୌକ ମୋର ଅବଶ୍ୟ।
ନ ହେଲା ନାଇଁ
ହେଲା ଯାହା ଯେତିକି
ମୋର ମୁଁ ଯିବି ହେରି
ଆଗକୁ ଆହୁରି,
ରହ, ଧୈର୍ଯ୍ଯ ଧର।
This poem has not been translated into any other language yet.
I would like to translate this poem