ଜାଣେ ନା
କେତେ କିଏ କଣ ଜାଣେ!
ଜାଣେ କିନ୍ତୁ
କେମିତି ଏଠି
ରାତି ଆସେ ଝୁମି ଝୁମି।
ଜାଣେ, ଏ ଶ୍ରାବଣରେ
ଖରାର ପୋଡାକାନି
ଦେହମନକୁ ତତେଇ
କେମିତି ଆସେ ଧାଇଁ।
ଆକାଶରେ ମେଘ ନାଇଁ,
ବ୍ୟବସ୍ଥା ନାଇଁ କିଛି କୋଉଠି।
ଜାଣେ, ମହାପ୍ରତାପୀ କଂସ ପରି
ଖଣ୍ଡା ଉଠାଇଥାଏ ଦେଖିଲାମାତ୍ରେ
ମାରିଦେଇ ଦିଗଡ କରିଦେବ ଯେମିତି!
ବ୍ୟବସ୍ଥା ନାଇଁ କିଛି କୋଉଠି। ଜାଣେ, ମହାପ୍ରତାପୀ କଂସ ପରି ଖଣ୍ଡା ଉଠାଇଥାଏ ଦେଖିଲାମାତ୍ରେ ମାରିଦେଇ ଦିଗଡ କରିଦେବ ଯେମିତି! ....outstnding conceptualization. A beautiful philosophical poem is amazingly shared. Thanks for sharing.
This poem has not been translated into any other language yet.
I would like to translate this poem
ହିଂସା କରନାହିଁ ବନ୍ଧୁ ଲେଖ ଓଡ଼ିଆରେ ଟାଣ କର ନିଜ ମାତୃଭାଷା ରୁଦ୍ଧିମନ୍ତ କର ଓଡ଼ିଆ ସାହିତ୍ୟ!