ହେ ଗଙ୍ଗାଧର, ତୁମେ ଅମୃତର ଧାର Poem by Dr. Sada Bihari Sahu

ହେ ଗଙ୍ଗାଧର, ତୁମେ ଅମୃତର ଧାର

Rating: 5.0

ହେ ଗଙ୍ଗାଧର, ତୁମେ ଅମୃତର ଧାର


ହେ ଗଙ୍ଗାଧର, ତୁମେ ଅମୃତର ଧାର
ଓଡିଆ ଜାତିର ଉଚ୍ଚ କବିବର
ଘେନ ଆମ ବିନମ୍ର ଶ୍ରଦ୍ଧା ଓ ସୁମନ
ରୀତି କବି ଭାବେ ତୁମ ନାମ ଗାନ
ଅସାଧାରଣ ପ୍ରତିଭାରେ ତୁମେ ପରିପୂର୍ଣ
ହେ ଗଙ୍ଗାଧର, ତୁମେ ଅମୃତର ଧାର
ଓଡିଆ ଜାତିର ଉଚ୍ଚ କବିବର

ପ୍ରକୃତି ବର୍ଣନା ତୁମେ ସିଦ୍ଧହସ୍ତ
ଲେଖନୀ ମୁନାରେ ଫୁଟେ ଯେବେ ତୁମ ଭାଷା
ତୁମ କବିତାରେ ଫୁଟେ ମାନବତା ଗୁଣ
ଛନ୍ଦ ମାଧୁର୍ଯ୍ୟର ଆଧୂନିକୀକରଣ
ସେଥିରେ ତୁମେ ତ ଅତ୍ୟନ୍ତ ନିପୁଣ
ହେ ଗଙ୍ଗାଧର, ତୁମେ ଅମୃତର ଧାର
ଓଡିଆ ଜାତିର ଉଚ୍ଚ କବିବର

କାଳଜୟୀ କାବ୍ୟର ତୁମେ ରଚୟତା
ଇନ୍ଦୁମତୀ, ତପସ୍ଵନୀ ଅବା ପଦ୍ମିନୀ କବିତା
ପ୍ରକୃତି କବି ଭାବେ ତୁମେ ଯେ ବନ୍ଦିତା
ଅବା ସ୍ଵଭାବ କବି ନାମେ ବିଶ୍ଵ ବିଖ୍ୟାତା
ହେ ଗଙ୍ଗାଧର, ତୁମେ ଅମୃତର ଧାର
ଓଡିଆ ଜାତିର ଉଚ୍ଚ କବିବର

ଅତି ଶୁଭ ଲଗନେ ତୁମେ ଧାର ପୃଷ୍ଥେ ଉଭା
ବାଲ୍ୟ କାଳୁ ପ୍ରସ୍ଫୁଟିତ ତୁମ କାବ୍ୟ ଓ ପ୍ରତିଭା
ଝରି ପଡେ ଯେବେ ଭକ୍ତି, ମଧୁମୟ କବିତାର ରସ
ଗାଁ ଗଣ୍ଡା ତୁମ କାବ୍ୟ ରସେ ସୁଗନ୍ଧ ଓ ସୁବାସ
ଶୁଣି ଦେଲେ ଥରେ ତୁମ ଲେଖା ମାନ
ଶ୍ରବଣ ଆମର ଚିନ୍ତାମୁକ୍ତ ଜାଣ
କର୍ଣକୁ ଶୀତଳ, ମନକୁ ଆନନ୍ଦ
ଯେବେ ପଢା ହୁଏତୁମ କାବ୍ୟ ମାନ
ହେ ଗଙ୍ଗାଧର, ତୁମେ ଅମୃତର ଧାର
ଓଡିଆ ଜାତିର ଉଚ୍ଚ କବିବର

ବିଧିର ବିଧାନ ଏ ଅପୂର୍ବ ମିଳନ
ପୂର୍ଣିମା ଜନ୍ମିତ, ଅମାବାସେ ଲୀନ
ଯୁଗ ଯୁଗ ଧରି ତୁମ ଜୟ ଗାନ
ମୃତ୍ୟୁ ନାହିଁ ତୁମ, ଅମୃତ ସନ୍ତାନ
ଅମରତ୍ଵ ପାଇଛି ତୁମ କାବ୍ୟ ମାନ
ହେ ଗଙ୍ଗାଧର, ତୁମେ ଅମୃତର ଧାର
ଏ ଧରା ପୃଷ୍ଠର ଉଚ୍ଚ କବିବର

Friday, August 16, 2019
Topic(s) of this poem: poetry
POET'S NOTES ABOUT THE POEM
This regarding great Poet of Odia Language i.e. Shri Gangadhar Meher
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success