ଅଭିଶପ୍ତ ଅଗ୍ନିପିଣ୍ଡ Poem by Suman Kumar Das

ଅଭିଶପ୍ତ ଅଗ୍ନିପିଣ୍ଡ

ସତେ କେଡେ ସୁଖୀ
ନିଶିର ନକ୍ଷତ୍ରମାନେ!

ବେଳେ ବେଳେ ଈର୍ଷା ଜାଗେ
ଅସହାୟ ମଣିଷଂକ ମନେ.
ପୁଣି ଇଛା ହୁଏ ସେମାନଂକର
ଗୋଟେ ଗୋଟେ ତାରା ହେବା ପାଇଁ.
ପୃଥିବୀର ପାପଛିଟା
ସ୍ପର୍ଷ କରିପାରିବନି ଯେଉଁଠି,
ସବୁବେଳେ ହସିବେ, ଝଲସିବେ ସେମାନେ
ଆଉ ଦୁନିଆ ଦେଖିବ
ସେମାନଂକ ଉଜ୍ଜ୍ବଳ ସୌନ୍ଦର୍ଯ୍ୟ.

ହେଲେ କିଏ ଜାଣେ,
ହସୁଥିବା ତାରାମାନେ ପରଷ୍ପରଠୁ
ଯୋଜନ ଯୋଜନ ଦୁରତ୍ବରେ
ନିଃସଂଗ ଜୀବନ କାଟୁଛନ୍ତି ବୋଲି.
ମୁକ୍ତ ଆକାଶେ ଚିରବନ୍ଦି,
ଆପଣା କକ୍ଷସୀମା ଉଲ୍ଲଘଂନ କରିବାର
ଅଧିକାର ନାହିଁ ସେମାନଂକର.
ଗୋଟେ ଗୋଟେ ଅଭିଶପ୍ତ ଅଗ୍ନିପିଣ୍ଡ,
ଖୁସିରେ ଝିଲ୍ ମିଲ୍ ହୁଅନ୍ତିନି
ବରଂ ଜଳୁଥାନ୍ତି ପ୍ରତିଟି ମୁହୂର୍ତ୍ତରେ.

Saturday, July 12, 2014
Topic(s) of this poem: stars
COMMENTS OF THE POEM
Abhipsa Tripathy 19 July 2014

Wow! great poem you have written, Nakhyatra mananka upare eka ati sundara kabita.

0 0 Reply
Gajanan Mishra 12 July 2014

bahuta bhala lagila, dhanyabad. kemiti lekhuchha ehi lipire?

0 0 Reply
READ THIS POEM IN OTHER LANGUAGES
Close
Error Success