କଳା କଜଳପାତି
ଗଜାନନ ମିଶ୍ର
ଆସିଥିଲା,
ହଁ ଆସିଥିଲା ସେ
କଳା କଜଳପାତି,
ବସିଲା ଟିକିଏ ସେଇଠି,
ସେ ଶୁଖିଲା ଡାଙ୍ଗରେ
ଅନେଇଲା ଏପଟ ସେପଟ
ପୁଣି ଗଲା କେଉଁଆଡକୁ
ଜଣା ନାଇଁ ମତେ।
ଜଣା ମତେ
ପାଣି ପଶିବାର କୌଶଳ,
ଆଉ ଜଣା ବାଲିକଣା ସୂତ୍ର।
ଜଣା କିଛି କିଛି
ରଖିଛ କଣ ସବୁ
ଭିତରେ ସାଇତି
ଆଉ ସେଇସବୁ କରୁଛନ୍ତି
କେତେ ହଲାପଟା ତୁମକୁ।
ତୁମର ଶେଷ ଶେଷ ବେଳରେ
ପୁଣି ତୁମେ କେତେ ଛଇଛଟକ
ଦେଖାଉଛ ପଡି ଯାଉଛି ଜଣା
ଆପଣାଆପେ ଏଇଠି।
ଆଉ ଏଇଠି ମୁଁ କେତେମତେ
ତିଆରି କରୁଛି ନୂଆ କରି ସବୁ
ବଖାଣୁଛି ସଭିଙ୍କ ସାମ୍ନାରେ
ମାତ୍ର ତୁମର ଗାଲୁଗପକୁ
ମୋର ନାଇଁ ଉପାୟ।
ଅବଶ୍ୟ ଅଛି ଉପାୟ
ଏଠୁ ମୁକୁଳି ଯିବାର
ଏମିତି ନୁହଁ ସେଇଟା ସହଜ।
କିନ୍ତୁ ସହଜ ଭାବରେ
ଉଡିଗଲା ପରେ କହିକି
କି ଲାଭ, କି କେତେ କ୍ଷତି
ସେଇଟାର ବି ନାଇଁ ଇତି।
ମୁଁ ମୋର ଅବଶ୍ୟ
ଝଟକୁଛି ପୂର୍ବ ପରି
ନୂଆ ସକାଳର କଅଁଳ ଘାସ
ଯେମିତି ପାଦଚଲା
ରାସ୍ତାକଡରେ।
ଆବଶ୍ୟକ ନାଇଁ ପଚାରିବାର
ତେରିମେରି କରିବାର
ନାଇଁ ବି ଆଉ ସମୟ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/5/2019
This poem has not been translated into any other language yet.
I would like to translate this poem