ଯେ ରାଜା ପ୍ରଜାଙ୍କୁ ନ ପାଳେ,
ତାହାର ପୁଣ୍ୟ ହରି ବଳେ।
ପ୍ରଜାଏ ନିଅନ୍ତି ଯେ ଜାଣ,
ଏଥିରେ ଅନ୍ୟଥା ନ ମଣ- ଅତିବଡି ଜଗନ୍ନାଥ ଦାସ।
ପ୍ରଜା ମୂଳ,
ପ୍ରଜା ନ ଥିଲେ
ରାଜାର କି ମୂଲ୍ୟ।
ପ୍ରଜାର ଭାଷା,
ରାଜାର ଆଶା।
ପ୍ରଜା ପାଇଁ ହିଁ
ରାଜାର ତପସ୍ୟା।
ଭେଦଗ୍ୟାନ ନ କରି
ଯିଏ ସବୁରି
ମଙ୍ଗଳ କାର୍ଯ୍ୟ କରିଚାଲେ
ସେ ହିଁ ହୁଏ ପୂଜ୍ୟ।
ନ ହେଲେ ହୋଏ ତ୍ୟଜ୍ୟ।
This poem has not been translated into any other language yet.
I would like to translate this poem