1.
ବନ୍ଧୁଟିଏ ଅବଶ୍ୟ ଦରକାର,
ଧୋକାଦିଆ ବନ୍ଧୁ ଯେ ନ ମିଳିବ ହେବ ନି କହି।
ବନ୍ଧୁ ବୋଲି ନେବାକୁ ହେବ
ସାଙ୍ଗରେ ଯଦିଓ, ସୁବିଧା ଅସୁବିଧାବେଳେ
ପରଖ ହୋଇଯିବ ବାଟରେ।
ବନ୍ଧୁ କହି ଯାହାକୁ ରଖିବା ନିଜଠି,
ସାମ୍ନାରେ ତୋଷାମଦ, ଆଉ ପଛରେ
ଛୁରୀଭୁଷା, କଲିଜାକଢା ଏମିତି
ନୁହଁ ଜମାରୁ ଶୁଭଙ୍କର।
ବନ୍ଧୁ ଯେ ସବୁ ରୋଗରୁ କରିବ ମୁକ୍ତ
କହୁ ନି ବି ଏମିତି, ଶବ୍ଦରେ
ସତର୍କ ନ ହେଲେ ବିଷ ନ ବାହାରିବ
ହେବ ନି କହି ଆଉ ସେ ବିଷ ଛଡାଇବାକୁ
ଲାଗିଯିବ କେତେ ପୁରୁଷ।
2.
ପଡିଛ କିଆଁ ଏତେବେଳେ
ମୃତଶବ ହୋଇ?
ସାରା ଜଗତ ତୁମର ଇ,
ଦେଖ ଆଖି ଫିଟାଇ।
ଲହଡା ଥମିବ, ଆଉ
ତମେ ଗାଧୋଇବ,
ସେ କଥା ନାଇଁ।
କାହାକୁ କେହି
ନୁହଁ ସମାନ ଏଠି।
କିଏ କାହାକୁ
ପାରେ ନା ସଂହାରି।
ଉଠ, ଉଠ, ନିଜକୁ ନିରେଖ,
ଅନ୍ଧାର ନିଶାରେ ବେଳେବେଳେ
ତୁମ ପାଇଁ ଖାସକରି
ବିଜୁଳି ଉଠୁଛି ଝଟକି।
ଉଠ, ଉଠ, କାଢ ଗୋଢ,
ଅନ୍ଧାରଚିରି ଯାଅ ବାହାରି,
ତୁମ ଗଳାରେ ଲମ୍ୱାଇଦେବାକୁ
ଟାକିବସିଛି ମାଳା ବୈଜୟନ୍ତୀ।
This poem has not been translated into any other language yet.
I would like to translate this poem